ଛବି କଥା କହେ - ବିଭୂତି ଭୂଷଣ ସାମଲ




 ହାତରେ ଧରିଛି ତୁଳି

ମୂର୍ତ୍ତି  ଗଢେ  ଭଳି ଭଳି 

     କଳାକାର ତାର କୌଳିକ ବୃତ୍ତିକୁ 

            କରିଅଛି  ଗଳାମାଳି (1)

ନିର୍ଜୀଵ  ଦିଶେ  ଜୀବନ୍ତ 

କଳ୍ପନା କୁ କରେ  ସତ 

       ଗ୍ରାହକ ଈଶ୍ୱର ମନ ମୁତାବକ

            ସାଧନା  ତାହାର ବ୍ରତ (2)

କେ ଦେଇ ପାରିବ ମୂଲ୍ୟ 

   କିଏ  ହେବ ତାର  ତୁଲ୍ୟ 

      ଆତ୍ମ ସନ୍ତୋଷ କୁ କରି ପାଥେୟ 

             ବେଉସା ଲାଗିଛି ଭଲ (3)

ସିଏ ମୂର୍ତ୍ତି  କାରିଗର 

ତେଲ ଲୁଣ ର ସଂସାର 

      ପରିଶ୍ରମ କଲେ ମିଳଇ ମଜୁରୀ 

         ପୋଷଣ ତା ପରିବାର (4)

ରକତ କରଇ ପାଣି 

ତା କଷଣ ସିଏ ଜାଣି 

  ଶିରାଳ ହାତ କହୁଛି  କାହାଣୀ 

         ଜୀବନ ସଂଗ୍ରାମ  ଜିଣି  (5)

ପ୍ରତିମା ରେ  ଗଣ ନାଥ 

 ପୂର୍ଣ୍ଣ କର ମନୋରଥ 

        ସଫଳ କରିବେ  ଜୀବନ ପଥ 

           ଦୁଃଖ ଶୋକ କୁ ଦୂରିତ (6)


        ବିଭୂତି ଭୂଷଣ  ସାମଲ 

          ବାରିପଦା, ମୟୂରଭଞ୍ଜ

Post a Comment

0 Comments